logo

ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ମିଡ଼ିଆ, ସୋସିଆଲ ମିଡ଼ିଆ ନିର୍ବାଚନୀ କର୍ମଶାଳା।

ଓଡିଶା/ଭୁବନେଶ୍ୱର ତା ୦୪.୦୪.୨୦୨୪ ଗତ ତା ୪.୦୪.୨୯୨୪ ରିଖ ଦିନ ଭୂବନେଶ୍ଵଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ମିଡ଼ିଆ ସୋସିଆଲ ମିଡ଼ିଆ ନିର୍ବାଚନୀ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କର୍ମଶାଳାରେ ରାଜ୍ୟ ମିଡ଼ିଆ ସଂଯୋଜକ ଶ୍ରୀଯୁକ୍ତ ସାଜନ ଶର୍ମା ଅଧ୍ୟକ୍ଷତା କରିଥିଲେ। ରାଜ୍ୟର ସମସ୍ତ ଲୋକସଭା ମିଡ଼ିଆ ସଂଯୋଜକ ମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ ରହିବାକୁ ଅନୁରୋଧ କରଯାଇଥିଲା। ଆଗାମୀ ଏକ ସପ୍ତାହ ଭିତରେ ପ୍ରିଣ୍ଟ ମିଡିଆ, ଇଲେ୍ଟ୍ରୋନିକ୍ସ ମିଡ଼ିଆ, ଡିଜିଟାଲ ମିଡ଼ିଆ ରିପୋଟର ମାନଙ୍କ ଏକ ଲିଷ୍ଟ ପ୍ରସ୍ତୁତ କରି ରାଜ୍ୟ କମିଟିକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା। ବିଜେପି ର ପ୍ରତ୍ୟେକ ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀ ମାନଙ୍କୁ ସାକ୍ଷାତ କରି ତାଙ୍କୁ ଜଣେ ଜଣେ ମିଡ଼ିଆ ସଂଯୋଜକ ଦିଅନ୍ତୁ ବୋଳି କହିବାକୁ କୁହା ଯାଇଥିଲା। ଆଗାମୀ ୧୬ ତାରିଖ ଭିତରେ ପ୍ରତ୍ୟେକ ଜୋନରେ ବୈଠକ ବସିବାକୁ ନିଷ୍ପତି ହୋଇଥିଲା। ଯେଉଁ ଜୋନରେ ଯେଉଁ ଦିନ ବୈଠକ ହେବ ଉକ୍ତ ବୈଠକରେ ଜୋନର ଲୋକସଭା ପ୍ରାର୍ଥୀ, ବିଧାନସଭା ପ୍ରାର୍ଥୀ, ଲୋକସଭା ମିଡ଼ିଆ ସଂଯୋଜକ, ଏବଂ ପ୍ରଭାରୀ ମାନେ ଯୋଗଦେବା ପାଇଁ ନିଷ୍ପତି ନିଆଯାଇଥିଲା। ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀଯୁକ୍ତ ସମ୍ବିତ ପାତ୍ର ବୈଠକରେ ଉପସ୍ଥିତ ହୋଇ ସମସ୍ତ ମିଡ଼ିଆ ସଂଯୋଜକ ମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଥିଲେ ଏବଂ ଆଗାମୀ ନିର୍ବାଚନରେ ଅବକି ବାର 400 ପାର ଏବଂ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଉକ୍ତ ବୈଠକରେ ଓଡ଼ିଶାର ସମସ୍ତ ଲୋକସଭା ମିଡ଼ିଆ ସଂଯୋଜକ ଉପସ୍ଥିତ ରହି ଥିଲେ ଏବଂ ଆସନ୍ତା ୨୦୨୪ ନିର୍ବାଚନ ରେ କେନ୍ଦ୍ରରେ 400 ପାର ଏବଂ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବା ପାଇଁ ପ୍ରାୟସ ଜାରି ରଖିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ।

32
2625 views